ଝରିଗାଁ : ବ୍ୟବସାୟୀଙ୍କ ଘରୁ ନଗଦ ୧୪ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍ । ଝରିଗାଁ ଭାଲୁକନାଡି ଗାଁରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଲୁଟ୍ । ୧୦ ଦୁର୍ବୁତ୍ତ ତାଲା ଭାଙ୍ଗି ପଶିବା ସହ ବ୍ୟବସାୟୀଙ୍କୁ ବାନ୍ଧି ଦେଇଥିଲେ । ମାରଣାସ୍ତ୍ର ଦେଖାଇ ସବୁ ଲୁଟି ନେଇଥିବା ଥାନାରେ ଅଭିଯୋଗ । ବ୍ୟବସାୟୀ ଅମୀୟ ଦାସ ଏକୁଟିଆ ଘରେ ଥିବା ବେଳେ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଡକାୟତ। ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶିଥିଲେ ଡକାୟତ। ଅମୀୟଙ୍କ ହାତ ବାନ୍ଧିଦେବା ସହ ବେକରେ ଖଣ୍ଡା ଲଗାଇ ଘରେ କଳାକନା ବୁଲାଇଥିଲେ ୮ରୁ ୧୦ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରା ଦଳ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ। ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 85











