ନୂଆଦିଲ୍ଲୀ : ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ କାର୍ୟ୍ୟ କରୁଥିବା ଜଣେ ଭାରତୀୟ ମୂଳ ଶିଶୁ ବିଶେଷଜ୍ଞ ଶୁକ୍ରବାର ଦିନ ବ୍ରିଟିଶ କୋର୍ଟ ଦ୍ୱାରା ୭ ଜଣ ଶିଶୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ନର୍ସଙ୍କୁ ଚିହ୍ନଟ କରିଥିଲେ। ଚେଷ୍ଟରର କାଉଣ୍ଟେସ୍ ଅଫ୍ ଚେଷ୍ଟର ହସ୍ପିଟାଲର ଡାକ୍ତର ରବି ଜୟରାମ କହିଛନ୍ତି ଯେ ଯଦି ପୂର୍ବତନ ନର୍ସଙ୍କ ବିଷୟରେ ତାଙ୍କର ଚିନ୍ତାଧାରାକୁ ଧ୍ୟାନ ଦିଆଯାଇଥାନ୍ତା ଏବଂ ପୋଲିସ ସୂଚନା ଦେଇଥାନ୍ତା ତେବେ କିଛି ଶିଶୁଙ୍କ ଜୀବନ ରକ୍ଷା ହୋଇଥାନ୍ତା। ମଞ୍ଚେଷ୍ଟର କ୍ରାଉନ୍ କୋର୍ଟର ଏକ ଖଣ୍ଡପୀଠ ଶୁକ୍ରବାର ଦିନ ନର୍ସ ଲୁସି ଲେଟବୀଙ୍କୁ ୩୩ ଜଣ ନବଜାତ ଶିଶୁର ହତ୍ୟା ଏବଂ ଅନ୍ୟ ୬ ଜଣଙ୍କ ହତ୍ୟା ଉଦ୍ୟମରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ତାଙ୍କୁ ଏହି କୋର୍ଟରେ ଦଣ୍ଡିତ କରାଯିବ। ମହିଳା ନର୍ସ ଜଣକ ପିଲାଙ୍କୁ ମାରିବା ପାଇଁ ନବଜାତକଙ୍କ ଶିରାରେ ପବନ ଏବଂ ଇନସୁଲିନ ଦେଉଥିଲେ । ଏହାଛଡା ଅତ୍ୟଧିକ ମାତ୍ରାରେ କ୍ଷୀର ଏବଂ ତରଳ ପଦାର୍ଥ ଖାଇବାକୁ ଦେଇଥିଲେ । ଗତବର୍ଷ ଅକ୍ଟୋବରରୁ ମହିଳା ନର୍ସଙ୍କ ନାମରେ ମକଦ୍ଦମା ଚାଲିଥିଲା ।
ମାଞ୍ଚେଷ୍ଟର୍ କ୍ରାଉନ୍ କୋର୍ଟ ୩୩ ବର୍ଷୀୟ ଲୁସି ଲେଟବୀ ଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଦିନ ଏହି ଅଦାଲତ ତାଙ୍କୁ ଦଣ୍ଡାଦେଶ ଦେବେ। ହସ୍ପିଟାଲ୍ର ପ୍ରସବ ୟୁନିଟରେ ୨୦୧୫ ଜୁନରୁ ୨୦୧୬ ଜୁନ୍ ମଧ୍ୟରେ କ୍ରମାଗତ ନବଜାତ ଶିଶୁ ମୃତ୍ୟୁ ଘଟିବାରୁ ନର୍ସ ଲୁସି ଲେଟବୀଙ୍କୁ ଗିରଫ କରାଯାଇଥିଲା। ଏଥିରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି ଲୁସି ଅଗ୍ରାହ୍ୟ କରିଥିଲେ। ୨୦୧୭ରେ ଯାଇ ଡାକ୍ତରମାନଙ୍କ କଥାକୁ ବିଶ୍ବାସ କରି ସେମାନଙ୍କୁ ପୋଲିସରେ ଅଭିଯୋଗ କରିବାକୁ ଅନୁମତି ଦିଆଯାଇଥିଲା ।
ବ୍ରିଟେନରେ ୭ ଶିଶୁଙ୍କୁ ହତ୍ୟା କରିଥିଲେ ନର୍ସ, ଭାରତୀୟ ବଂଶୋଦ୍ଭବ ଡାକ୍ତର ଧରାଇଦେଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











