ନୂଆଦିଲ୍ଲୀ : ବିଦେଶ ମାଟି ବ୍ରିଟେନରେ ନିର୍ବାଚନ ଲଢିବେ ଓଡ଼ିଆ ଝିଅ । ଭୁବନେଶ୍ଵରର ସୁସ୍ମିତା ରାଜହଂଶ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢ଼ିବେ ର୍ନିବାଚନ । ଆଜି ବ୍ରିଟେନର ୱେଷ୍ଟ ମୋର ଲ୍ୟାଣ୍ଡରେ ହେବ କାଉନସିଲର ର୍ନିବାଚନ । ଏହି ର୍ନିବଚନରେ ଲିବେରାଲ ଡେମୋକ୍ରାଟି ପାର୍ଟି ରୁ କାଉନସିଲର ପଦ ପାଇଁ ନୋମିନେଟ ହୋଇଛନ୍ତି । ସୁସ୍ମିତା ରାଜହଂସ ୱେଷ୍ଟ ମୋର ଲ୍ୟାଣ୍ଡର ସିଟି ଅଫ ବାଥସ୍ ରୁ ର୍ନିବାଚନ ଲଢୁଛନ୍ତି ।
ସେ ୨୦ ବର୍ଷରୁ ଅଧିକ ବର୍ଷ ହେବ ବ୍ରିଟେନର ବାଥ୍ ଓଲ୍ଡ ପାର୍କରେ ରହି ଆସୁଛନ୍ତି । ସେ ଜଣେ ସାମାଜିକ କର୍ମୀ ଭାବେ ପରିଚିତ । କରୋନା ସମୟରେ ସେ ଆଗକୁ ଆସି ଅନେକ ସାହାଯ୍ୟ ସହଯୋଗ କରିଥିଲେ । ଏଥି ସହିତ ହିନ୍ଦୁ କମ୍ୟୁନିଟି ପାଇଁ ଅନେକ କାମ କରିଛନ୍ତି । ଏହସାହ ସେଠାରେ ଥିବା ଜଗନ୍ନାଥ ମନ୍ଦିରରେ ଫାଉଣ୍ଡର ଟ୍ରଷ୍ଟି ଅଛନ୍ତି ।
Views: 87