ଲମତାପୁଟ : ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ବାଇକ । ଚାଲିଗଲା ୨ ଜଣଙ୍କ ଜୀବନ । ପାଡୁଆ ଥାନା ଡୁରୁବା ବ୍ରିଜରୁ ତଳକୁ ଖସିଲା ବାଇକ । ଘଟଣାସ୍ଥଳରେ ୨ ବାଇକ ଆରୋହୀ ମୃତ, ଆଉ ଜଣେ ଆହତ । କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ ଏପରି ଦୁର୍ଘଟଣା ଘଟିଛି । ତାଙ୍କୁ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ମୃତକଙ୍କ ଘର ପଟାଙ୍ଗି ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ତିନି ଜଣ ଗୋଟିଏ ବାଇକରେ ଚାଟୁଆ ଗାଁକୁ ଶିବରାତ୍ରି ପାଇଁ ଯାଇଥିଲେ । ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ବ୍ରିଜ ତଳକୁ ଖସି ପଡ଼ିଥିଲେ ।
Views: 20