ଟିଟିଲାଗଡ : ବ୍ରିଜ ତଳୁ ବ୍ୟବସାୟୀଙ୍କ ମୃତଦେହ ଠାବ । ତୁଷୁରା ଥାନା ତେଲ ନଦୀ ବ୍ରିଜ ତଳେ ପଡିଛି ମୃତଦେହ । ମୃତକ ଦେଉଳଗୁଡି ଅଞ୍ଚଳର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ତୁଷୁରା ପୋଲିସର ତଦନ୍ତ । ମୃତକ ଦେଓଲଗୁଡିର ନଟରାଜ ଥାନପତି । ଗତକାଲି ବିଳମ୍ବିତ ରାତିରେ ତୁଷୁରା ପୋଲିସ ପାଟ୍ରୋଲିଂ କରୁଥିବାବେଳେ ପୋଲ ଉପରେ ଏକ ବାଇକ ଥୁଆହୋଇଥିବା ଦେଖିଥିଲେ । ପରେ ତଳେ ଜଣଙ୍କ ମୃତଦେହ ପଡିଥିବା ଦେଖିଲା ପୋଲିସ । ତେବେ ସେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ମାରି ଫିଙ୍ଗିଦେଇଛନ୍ତି କାରଣ ଅସ୍ପଷ୍ଟ ରହିଛି ।
Views: 44











