The Ultimate Managed Hosting Platform
ADVERTISEMENT

ବ୍ରାଉନ୍‌ସୁଗର ମାଫିଆ ଫିରୋଜ ଖାନ୍ ଗିରଫ : ୩୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

Facebook
Twitter
LinkedIn

ପୁରୀ : ଧରାପଡିଲା ବ୍ରାଉନ୍‌ସୁଗର ମାଫିଆ । ମାଫିଆ ଫିରୋଜ ଖାନ୍ ସହ ଏହି ମାମଲାରେ ସାମିଲ୍ ଥିବା ଅନ୍ୟ ୪ଜଣଙ୍କୁ ଗିରଫ୍ କରିଛି ପୁରୀ ପୋଲିସ୍ । ସୂଚନା ଅନୁଯାୟୀ ସୋମବାର ରାତିରେ ବ୍ରାଉନ୍‌ସୁଗର ବିକ୍ରି କରିବା ପାଇଁ ଫିରୋଜ ଖାନ୍ ସହ ଏହି ତିନି ଅଭିଯୁକ୍ତ ପୁରୀ ଆସିଥିଲେ । ଏହି ସମୟରେ ମାଟିତୋଟା ପଡିଆଠାରେ ପୁରୀ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉ କରି ଏମାନଙ୍କୁ ଗିରଫ କରିବା ସହ ୩୫୯ ଗ୍ରାମ ବ୍ରାଉନସୁଗାର ସହ ୧୭ ହଜାର ନଗଦ ଟଙ୍କା, ୩ଟି ମୋଟର ସାଇକେଲ, ୫ଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଦୁର୍ଗା ବଜାର ଅଞ୍ଚଳର ଫିରୋଜ ଖାନ୍, ପିପିଲି ଦେବୀ ଗଳିର ପପୁ ପାଣ୍ଡେ, ଜଳେଶ୍ୱରର ଇଫତେଖାର ତୁଲା, ଜଟଣୀ ତିରମାଲର ରଞ୍ଜନ ଭୁଜବଳ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳବାର ବାସେଳୀ ସାହି ଥାନାରେ ପୁରୀ ଏସପି କନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login