ନୂଆଦିଲ୍ଲୀ : ବ୍ରହ୍ମୋସ ୟୁନିଟ ଉଦଘାଟନ ବେଳେ ରାଜନାଥଙ୍କ ବଡ ବୟାନ । ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ । ରାଜନୈତିକ , ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆତଙ୍କବାଦ ବିରୋଧରେ ଦୃଢ ଇଚ୍ଛାଶକ୍ତି , ସାମରିକ ଶକ୍ତିର କ୍ଷମତା । ଆତଙ୍କବାଦୀ ଓ ସେମାନଙ୍କ ମାଲିକଙ୍କ ଆରପାରି ଭୂମି ସୁରକ୍ଷିତ ନୁହେଁ । କେଉଁଠି ବି ଲୁଚି ପାରିବେ ନାହିଁ ଆତଙ୍କବାଦୀ । ଖୋଜି ଖୋଜି ମାରିବ ଭାରତ । ଲକ୍ଷ୍ନୌର ବ୍ରହ୍ମୋସ୍ ଉତ୍ପାଦନ କେନ୍ଦ୍ରର ଉଦଘାଟନ ଅବସରରେ ଗର୍ଜିଲେ ରାଜନାଥ ସିଂହ କହିଲେ, ସୀମା ସେପଟେ ବି ସୁରକ୍ଷିତ ରହିପାରିବେନି ଆତଙ୍କବାଦୀ । ପୁରା ଦେଶ ସେନାକୁ ଅଭିନନ୍ଦନ ଜଣାଉଛଛି । ରାଉଲପିଣ୍ଡି ଯାଏ ସେନାର ଗର୍ଜନ ଶୁଭିଛି ।
Views: 68