ବ୍ରହ୍ମପୁର : ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ । ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡିବାକୁ ନୋଟିସ । ନୋଟିସ ସହ ମହିଳାଙ୍କ ଘରେ ପହଁଚି ଭିସା ଯାଞ୍ଚ କଲା ପୋଲିସ । ମିଲିଟାରୀ ଲାଇନ ବଡ ମସଜିଦରେ ରହୁଛନ୍ତି ମହିଳା ।ଓଡିଶାରେ ୨୫ ବର୍ଷରୁ ଅଧିକ ହେବ ପରିବାର ସହ ରହୁଛନ୍ତି । କିଛି ବର୍ଷ ପୂର୍ବେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ନିଜ ସାନ ଝିଅ ସହ ଏଠାରେ ରହୁଛନ୍ତି । ୧୯୮୬ରେ ବ୍ରହ୍ମପୁର ବଡ଼ ମସଜିଦ ଲେନ ଅଞ୍ଚଳର ସୟାଦ ରିଆଉଜିଦିନଙ୍କୁ ବିବାହ କରିଥିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ତିନି ଝିଅ ଅଛନ୍ତି। ସେ ଏବେ ଟାଟା ନଗରରେ ନିଜ ଝିଅ ଘରକୁ ଯାଇଛନ୍ତି ।
ସେପଟେ ଆଜି ସରୁଛି ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକ ଭାରତ ଛାଡିବାର ଡେଡ ଲାଇନ୍ । ଏପ୍ରିଲ ୨୭ରେ ଥିଲା ପାକିସ୍ତାନ ଫେରିବା ପାଇଁ ଡେଡ ଲାଇନ୍ । ଓଡ଼ିଶାରେ ୧୨ ପାକିସ୍ତାନ ନାଗରିକ ମଧ୍ୟରୁ କେବଳ ଭୁବନେଶ୍ଵରର ନଗମା ୟୁସୁଫ କରାଚି ଫେରିଛନ୍ତି । ଅନ୍ୟ ୧୧ ଜଣ ଓଡ଼ିଶାରେ ରହିଛନ୍ତି । ସମସ୍ତଙ୍କୁ ନୋଟିସ ଦିଆଯାଇଛି ।
ବ୍ରହ୍ମପୁରରେ ପାକିସ୍ତାନୀ ମହିଳା,ନୋଟିସ ସହ ମହିଳାଙ୍କ ଘରେ ପହଁଚି ଭିସା ଯାଞ୍ଚ କଲା ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











