ସୁବର୍ଣ୍ଣପୁର :ବୋରୱେଲ ଗାତରେ ଖସି ପଡିଲେ ବୃଦ୍ଧା । ସୋନପୁର-ବୁର୍ଡା ରାସ୍ତା କବଁଫୁଲ ଗାଁ ନିକଟରେ ଅଘଟଣ । ୨୦ ଫୁଟ ଗାତ ତଳେ ବୃଦ୍ଧା ଫସି ରହିଥିବା ସୂଚନା । ଘଟମାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାମ ଜାରି । ବୃଦ୍ଧାଙ୍କ ନାଁ ଦୁଖୀ ନାଏକ ଓ ବୟସ ୮୦ ବର୍ଷ । ସେ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ନିଜ ଝିଅ ଘରକୁ ଆସିଥିଲେ । ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ବୋରୱେଲ ଗାତରେ ପଡି ଯାଇଥିଲେ ଦୁଖୀ । ସେପଟେ ବୋଲୱେଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଜୋରସୋରରେ କାମ ଚାଲିଛି । ତାଙ୍କ ପାଖକୁ ପାଇପ୍ ଯୋଗେ ପଠାଯାଉଛି ଅକ୍ସିଜେନ୍ । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ସମାନ୍ତରାଳ ଭାବରେ ଏକ ରାସ୍ତା ତିଆରି କରାଯାଉଛି । ତାଙ୍କ ପାଖରେ ପହଞ୍ଚିବାକୁ ୪୫ ମିନିଟରୁ ଘଣ୍ଟାଏ ସମୟ ଲାଗିବ । ସୁରକ୍ଷିତ ରେସକ୍ୟୁ ପାଇଁ ଉଦ୍ୟମ ଜାରି ରହିଛି ।
Views: 80