ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ତାଙ୍କ ଘରକୁ ବୋମାରେ ସଜାଇ ଥିଲେ, ଏହା ସମ୍ପର୍କରେ ପଡୋଶୀ ମଧ୍ୟ କିଛି ବି ଜାଣିପାରି ନ ଥିଲେ । ବାସ୍ତବରେ ଏହା ଏପରି ଅପରାଧ ଥିଲା ଯେଉଁଥିପାଇଁ ଅଭିଯୁକ୍ତଙ୍କୁ ଏକ ଭିନ୍ନ ଦଣ୍ଡ ଦିଆଯାଇଥିଲା । ବ୍ରିଟେନରେ ଘଟିଛି ଏଭଳି ଘଟଣା । ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟେନର କର୍ଣ୍ଣୱାଲରେ ରହୁଥିବା ଜଣେ ପାଗଳ ବ୍ୟକ୍ତି ଯେତେବେଳେ ବଜାରରୁ କିଛି ଗ୍ରେନେଡ ସାଜସଜ୍ଜା ଉଦ୍ଦେଶ୍ୟରେ ଆଣିଥିଲେ ସେତେବେଳେ ଏହା କରିଥିଲେ। କୈାତୁହଳର ବିଷୟ ହେଉଛି ଯେ ସେ ଜାଣି ନଥିଲେ ଯେ ଏହି ସବୁ ଗ୍ରେନେଡ ଜୀବନ୍ତ ଏବଂ ଯେକୈାଣସି ସମୟରେ ବିସ୍ଫୋରଣ ହୋଇପାରେ । ସେ ଏହି ସମସ୍ତ ବୋମାକୁ ସାଜସଜ୍ଜା ଭାବରେ ଲଗାଇବା ଆରମ୍ଭ କଲେ । ଘରର କାନ୍ଥରେ, ପ୍ରାଙ୍ଗଣରେ ଏବଂ ଛାତ ଉପରେ ଗୋଟିଏ ପରେ ଗୋଟିଏ ସେଟ୍ କରି ଲଗାଇଥିଲେ ବ୍ୟକ୍ତି ।
ପ୍ରଥମେ ପଡୋଶୀ ତାଙ୍କୁ ଏପରି କରୁଥିବାର ଦେଖି ଆଶ୍ଚର୍ୟ୍ୟ ହେଲେ, କିନ୍ତୁ ଯେତେବେଳେ ସେମାନେ ନିକଟତର ହୋଇ ଏସବୁ ଦେଖିଲେ, ସେମାନେ ଡରିଗଲେ । କାରଣ ଏହା ସବୁ ଜୀବନ୍ତ ଗ୍ରେନେଡ ବୋମା ଥିଲା। ତାଙ୍କର ଏପର୍ି କାର୍ଯ୍ୟ ଦେଖି ଜଣେ କିମ୍ବା ଦୁଇ ଜଣ ପଡ଼ୋଶୀ ସେଠାରୁ ଚାଲିଗଲେ । ସୈାଭାଗ୍ୟବଶତଃ ଏହି ସମୟରେ ପୋଲିସ ଟିମ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଜଣେ ପଡ଼ୋଶୀ ଯାଇ ପୋଲିସକୁ ଏହି ସବୁ କଥା କହିଥିଲେ।
ଯେତେବେଳେ ପୋଲିସ ଟିମ୍ ସେହି ବ୍ୟକ୍ତିଙ୍କ ଘରେ ପହଁଚିଲେ, ସେମାନେ ମଧ୍ୟ ଆଶ୍ଚର୍ୟ୍ୟ ହେଲେ । ତରବରିଆ ଭାବେ ବୋମା ସ୍କ୍ୱାଡର ଏକ ଟିମ୍ ଡକାଯାଇ ସମସ୍ତ ଜୀବନ୍ତ ଗ୍ରେନେଡ୍ ବୋମା ନଷ୍ଟ କରାଯାଇଥିଲା। ବ୍ୟକ୍ତି ଜଣକ ପୋଲିସକୁ କହିଥିଲେ ଯେ ସେ ସାଜସଜ୍ଜା ଉଦ୍ଦେଶ୍ୟରେ ଗ୍ରେନେଡ କିଣିଛନ୍ତି ଏବଂ ସେସବୁ ଜୀବିତ ବୋଲି ଜାଣଇ ନାହାନ୍ତି ନାହିଁ। ପୋଲିସ ବୋମା ନିଷ୍କ୍ରିୟ କରିବା ପରେ ପଡ଼ୋଶୀଙ୍କ ଭୟ ଦୂର ହୋଇଗଲା । ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏବଂ ଦଣ୍ଡ ଦିଆଯାଇଥିଲା ଯେ ସେ ଆଜି ପରେ ବୋମା କିଣିବେ ନାହିଁ ନଚେତ୍ ତାଙ୍କୁ ଜେଲକୁ ପଠାଯିବ।
ବୋମାରେ ଘରକୁ ସଜାଇଲେ ବ୍ୟକ୍ତି , ଏହାକୁ ଦେଖି ପଡୋଶୀଙ୍କ ହାଲାତ ହୋଇଗଲା ଖରାପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











