The Ultimate Managed Hosting Platform
ADVERTISEMENT

ବୈଶାଖୀ ଉତ୍ସବ ବେଳେ ଭୁଶୁଡ଼ିଲା ଫୁଟ୍ଓଭର ବ୍ରିଜ୍

Facebook
Twitter
LinkedIn

ଜମ୍ମୁ କାଶ୍ମୀରରେ : ଜମ୍ମୁ କାଶ୍ମୀରରେ ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଛି ଫୁଟ୍ଓଭର ବ୍ରିଜ୍। ଏହି ଦୁର୍ଘଟଣାରେ ଅନେକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ୟ୍ୟ ଚାଲିଛି। ଉଧମପୁରର ଚେନାନୀ ବ୍ଲକ ଅନ୍ତର୍ଗତ ବ୍ୟାନ୍ ଗାଁର ବେନି ସଙ୍ଗମରେ ବୈଶାଖୀ ଉତ୍ସବ ବେଳେ ଫୁଟ୍ଓଭର ବ୍ରିଜ୍ ଭୁଶୁଡି ପଡିଛି। ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ଉଧମପୁର ଏସ୍ଏସ୍ପି ଡ. ବିନୋଦ କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।
ଉଧମପୁରର ବେନି ସଙ୍ଗମରେ ବୈଶାଖୀ ମେଳା ଚାଲିଥିବା ବେଳେ ଦେବିକା ଉପରେ ତିଆରି ବ୍ରିଜଟି ହଠାତ୍ ଭୁଶୁଡି ପଡିଥିଲା। ବ୍ରିଜ୍ ଭୁଶୁଡ଼ିବା କାରଣରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ। ସୂଚନାଥାଉ କି, ବୈଶାଖୀ ଅବସରରେ ଏଠାରେ ଭକ୍ତଙ୍କ ଭିଡ ଜମିଥିଲା। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ରୁ ୨୫ ଜଣ ଭକ୍ତ ଆହତ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ କାହାର ଅବସ୍ଥା ଗୁରୁତର ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login