
ଆଜିକାଲି ଯୁବପିଢି ମାନେ ପ୍ରେମକୁ ବେସ ଗୁରୁତ୍ୱ ଦିଅନ୍ତି, ସେ ପ୍ରେମୀ ଯୁଗଳ ହୁଅନ୍ତୁ ବା ନବ ବିବାହିତା ଯୋଡ଼ି,ସବୁଠି ପ୍ରେମ ହିଁ ପ୍ରେମ ସେମାନଙ୍କୁ ଦେଖାଯାଏ | ତଥାପି ଆଜିକାଲିକା ପିଲାଙ୍କ କ୍ଷେତ୍ରରେ ସେମାନଙ୍କୁ ମଡର୍ନ ଲଭ ପସନ୍ଦ ହୋଇଥାଏ | ତେବେ ନବ ଦମ୍ପତି କିପରି ଖୁସି ରହିବେ ତାହା ଆଜି ଆମେ ଆପଣଙ୍କୁ କହିବୁ |

ପ୍ରେମ ଏକ ପାପ ନୁହେଁ | ପ୍ରେମ ପବିତ୍ର ଚିର ଅମର | ଦୁଇଟି ଦେହ ଆଉ ମନର ମିଳନ ହୋଇଥାଏ | ନିଜ ଜୀବନ ସାଥିଙ୍କ ସୁଖ ସାଥ୍ ଦେବା ପରସ୍ପରକୁ ବୁଝିବା ହିଁ ପ୍ରକୃତ ଭଲ ପାଇବା |

ପ୍ରେମ ମଣିଷକୁ ଉଚିତ ମାର୍ଗ ଦେଖେଇ ଥାଏ ଆଉ ଏଇ ପ୍ରେମ ଗୋଟେ ସୁନ୍ଦର ଜୀବନ ଗଢିବା ସହ ପରିବାରରେ ହସ-ଖୁସି ଭରି ହୋଇଯାଇଥାଏ | ଏବଂ ପ୍ରେମ ଯେତିକି ବଢିବ ନିଜ ପରିବାର ସେତିକି ଖୁସିରେ ରହିବେ | ତେବେ ନିଜେ ଯଦି ଶାନ୍ତିରେ ରହିବାକୁ ଚାହୁଁଛନ୍ତି ନିଜ ପାର୍ଟନରକୁ ଖୁସିରେ ରଖନ୍ତୁ ଏବଂ ବୈବାହିକ ଜୀବନରେ ଆନନ୍ଦ ପାଆନ୍ତୁ |
Views: 245