ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲଣ୍ଡନ ଗସ୍ତରେ ରହିଛନ୍ତି । ଲଣ୍ଡନରେ ଚଥାମ ହାଉସ ଥିଙ୍କ ଟ୍ୟାଙ୍କରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ କାର୍ୟ୍ୟକ୍ରମ ସ୍ଥଳକୁ ଯାଉଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି ସାମ୍ନାରେ ଭାରତୀୟ ପତାକାକୁ ଚିରି ଦେଇଥିଲେ । ଏହା ସହିତ ବହୁ ଖଲିସ୍ତାନୀ ଆତଙ୍କୀ ରାସ୍ତାପାର୍ଶ୍ବରେ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ସୂଚନାଯୋଗ୍ୟ, ଜୟଶଙ୍କର ବର୍ତ୍ତମାନ ମାର୍ଚ୍ଚ ୪ରୁ ୯ ପର୍ୟ୍ୟନ୍ତ ବ୍ରିଟେନ ଗସ୍ତରେ ରହିଛନ୍ତି । ଏହି ସମୟରେ ସେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କ ସମେତ ଏନ୍ୟ ଗୁରୁତ୍ଵପୂର୍ଣ୍ଣ ପଦାଧିକାରୀମାନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି ।
Views: 24