ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ଦାୟିତ୍ୱ । ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ବିଜେପି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ୟୁପି ପ୍ରଭାରୀ ଦାୟିତ୍ୱ । ୨୦୧୪ ନିର୍ବାଚନରେ ୟୁପି ପ୍ରଭାରୀ ଥିଲେ ଅମିତ ଶାହା । ୨୦୧୯ରେ ୟୁପି ପ୍ରଭାରୀ ଥିଲେ ଏବେର ସଭାପତି ଜେପି ନଡ୍ଡା । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ଘୋଷଣା କରିଛି । ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିଭଳି ୨୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ବିହାର ପାଇଁ ବିନୋଦ ତାୱଡେ, ପଞ୍ଜାବ ଓ ଚଣ୍ଡିଗଡ ପାଇଁ ବିଜୟ ରୂପାନୀ, ହରିୟାଣା ପାଇଁ ବିପ୍ଲବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାବଡେକରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ।
Views: 88











