The Ultimate Managed Hosting Platform
ADVERTISEMENT

ବେଲପାହାଡ ପୈାର ପରିଷଦରେ ଭିଜିଲାନ୍ସ ରେଡ

Facebook
Twitter
LinkedIn

ଝାରସୁଗୁଡା : ବେଲପାହାଡ ପୈାର ପରିଷଦରେ ଭିଜିଲାନ୍ସ ରେଡ । ପୈାରପରିଷଦ ଆକାଉଣ୍ଟ ବିଭାଗରେ ଭିଜିଲାନ୍ସର ଖୋଳତାଡ । ୭୨ ଲକ୍ଷରୁ ଅଧିକ ଟଙ୍କା ଅନିୟମିତତା ଅଭିଯୋଗରେ ରେଡ । କିଛି କର୍ମଚାରୀ ଟଙ୍କା ଉଠାଇବା ପରେ ପୈଠ କରି ନଥିବା ଅଭିଯୋଗ । ସୂଚନାଯୋଗ୍ୟ, ସ୍ବତନ୍ତ୍ର ଅଡିଟ୍ ପରେ ବେଲପାହାଡ଼ ମ୍ୟୁନିସିପାଲଟିରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି। ହେରଫେର୍ କରିଥିବା ଅଧିକାରୀଙ୍କଠାରୁ ଟଙ୍କା ରିକଭରି କରିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିବା ପରେ ଏହି ଘଟଣାକୁ ନେଇ ଏବେ ମ୍ୟୁନିସିପାଲଟିରେ ତମ୍ଭିତୋଫାନ ହୋଇଛି। ବିଶେଷକରି କରୋନା ମହାମାରୀ ସମୟରେ ମ୍ୟୁନିସିପାଲଟିରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା ୩ ଜଣ କର୍ମଚାରୀ ହିଁ ପ୍ରାୟ ୭୨ ଲକ୍ଷ ଟଙ୍କାରୁ ଅଗ୍ରୀମ ଉଠାଇ ନେଇଥିବା ବେଳେ ସେବାବଦ କୌଣସି ବିଲ୍ ଦାଖଲ କରିନାହାନ୍ତି କି ଉକ୍ତ ଅଗ୍ରୀମ ଟଙ୍କା ଭରଣା ମଧ୍ୟ କରିନାହାନ୍ତି। ଯାହା ସ୍ବତନ୍ତ୍ର ଅଡିଟ୍ ସମୟରେ ଧରାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login