The Ultimate Managed Hosting Platform
ADVERTISEMENT

ବେଲପାହାଡ ପୈାର ପରିଷଦରେ ଭିଜିଲାନ୍ସ ରେଡ

Facebook
Twitter
LinkedIn

ଝାରସୁଗୁଡା : ବେଲପାହାଡ ପୈାର ପରିଷଦରେ ଭିଜିଲାନ୍ସ ରେଡ । ପୈାରପରିଷଦ ଆକାଉଣ୍ଟ ବିଭାଗରେ ଭିଜିଲାନ୍ସର ଖୋଳତାଡ । ୭୨ ଲକ୍ଷରୁ ଅଧିକ ଟଙ୍କା ଅନିୟମିତତା ଅଭିଯୋଗରେ ରେଡ । କିଛି କର୍ମଚାରୀ ଟଙ୍କା ଉଠାଇବା ପରେ ପୈଠ କରି ନଥିବା ଅଭିଯୋଗ । ସୂଚନାଯୋଗ୍ୟ, ସ୍ବତନ୍ତ୍ର ଅଡିଟ୍ ପରେ ବେଲପାହାଡ଼ ମ୍ୟୁନିସିପାଲଟିରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି। ହେରଫେର୍ କରିଥିବା ଅଧିକାରୀଙ୍କଠାରୁ ଟଙ୍କା ରିକଭରି କରିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିବା ପରେ ଏହି ଘଟଣାକୁ ନେଇ ଏବେ ମ୍ୟୁନିସିପାଲଟିରେ ତମ୍ଭିତୋଫାନ ହୋଇଛି। ବିଶେଷକରି କରୋନା ମହାମାରୀ ସମୟରେ ମ୍ୟୁନିସିପାଲଟିରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା ୩ ଜଣ କର୍ମଚାରୀ ହିଁ ପ୍ରାୟ ୭୨ ଲକ୍ଷ ଟଙ୍କାରୁ ଅଗ୍ରୀମ ଉଠାଇ ନେଇଥିବା ବେଳେ ସେବାବଦ କୌଣସି ବିଲ୍ ଦାଖଲ କରିନାହାନ୍ତି କି ଉକ୍ତ ଅଗ୍ରୀମ ଟଙ୍କା ଭରଣା ମଧ୍ୟ କରିନାହାନ୍ତି। ଯାହା ସ୍ବତନ୍ତ୍ର ଅଡିଟ୍ ସମୟରେ ଧରାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login