ନୂଆଦିଲ୍ଲୀ : ଚୀନ ଗସ୍ତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ସ୍ୱତନ୍ତ୍ର ବିମାନ ଯୋଗେ ବେଜିଂରେ ପହଁଚିଲେ ପୁଟିନ୍ । ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପ୍ରଥମ କରି ଏକ ପ୍ରମୁଖ ରାଷ୍ଟ୍ର ଗସ୍ତ କରିଛନ୍ତି ପୁଟିନ । ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ (ବିଆରଆଇ) ଫୋରମରେ ଯୋଗଦେବେ । ଏହା ୨ ଦିନ ଧରି ଚାଲିବ । ଚଳିତ ସପ୍ତାହରେ ମୋଟ ୧୩୦ ଦେଶର ପ୍ରତିନିଧି ଚୀନ ଗସ୍ତ କରିବେ । ଗତ ଫେବ୍ରୁଆରୀ ୨୦୨୨ରେ ଉଭୟ ନେତା ସୀମାହୀନ ସମ୍ପର୍କ ନେଇ ଦ୍ବିପାକ୍ଷିକ ଘୋଷଣା କରିଥିବାବେଳେ ବେଜିଂ ସମ୍ମିଳନୀରେ ଏହାର ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହେବ । ମଧ୍ୟପ୍ରାଚ୍ୟରେ ଚୀନର ବିଭିନ୍ନ ସ୍ବାର୍ଥ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।
ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ବିରୋଧରେ ଆମେରିକା ଜାରି କରିଥିବା କଟକଣା ପ୍ରସଙ୍ଗ ବି ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସ୍ଥାନ ପାଇବ । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଖୋଲାଖୋଲି ସମର୍ଥନକୁ ସହଜରେ ଗ୍ରହଣ କରୁନାହାନ୍ତି ଋଷ ଓ ଚୀନ । ସେପଟେ ଇସ୍ରାଏଲ ସହ ନିଜର ଅର୍ଥନୈତିକ ଓ କୂଟନୈତିକ ଭାରସାମ୍ୟ ରଖିବା ଲାଗି ଚୀନ ଉଦ୍ୟମ କରୁଛି ।
ବେଜିଂରେ ପୁଟିନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











