The Ultimate Managed Hosting Platform
ADVERTISEMENT

ବେଆଇନ ଘର ନିର୍ମାଣକୁ ବିରୋଧ

Facebook
Twitter
LinkedIn

ଦାନଗଦୀ :ଦାନଗଦି ତହସିଲ ଅନ୍ତର୍ଗତ ତ୍ରିଜଙ୍ଗା ମୌଜାରେ କୌଣସି ଆଇନକାନୁନକୁ ନ ମାନି ପ୍ରଶାସନକୁ ବେଖାତିର କରି ଘର ନିର୍ମାଣ ଚାଲୁଥିବା ଅଭିଯୋଗ ହୋଇଛି । ଦାନଗଦି ତହସିଲ ଅନ୍ତର୍ଗତ ତ୍ରିଜଙ୍ଗା ମୌଜାର ହାଲ ଖାତା ନମ୍ବର ୨୯୨ ଓ ପ୍ଲଟ ନମ୍ବର ୫୪ ରକଵା ଏକ ୦୧.୩୦ ଡିସିମିଲ ଜମିର ମାଲିକାନା କାଳନ୍ଦୀ ବାରିକଙ୍କର ପୁତ୍ର ବାବାଜୀ ବାରିକ ଅଟନ୍ତି । ସେ ଦୀର୍ଘ ଶହେ ବର୍ଷରୁ ଉର୍ଧ୍ଵ ହେବ ଏହି ଜମିର ଦଖଲଦାର ଅଛନ୍ତି,ଉକ୍ତ ଜମିର ହାଲ, ଶାବକ, ରେକର୍ଡ ପତ୍ର, ସମସ୍ତ ନଥି ପତ୍ର ବାବାଜୀ ବାରିକଙ୍କ ସପକ୍ଷରେ ଅଛିା ତାଙ୍କର ଅଭିଯୋଗ ଯେ ତାଙ୍କ ଦଖଲରେ ଥିବା ଜାଗା ସମୁଖରେ କିଛି ଜାଗା ଯାହାକୁ ସେ ଶହେ ବର୍ଷ ହେବ ଦଖଲରେ ରଖିଥିଲେ କିଛି ଦିନ ହେବ ଖୁରୁଣ୍ଟି ଗ୍ରାମର ପାଣୁ ମଲ୍ଲିକ ଙ୍କର ପୁଅ ନୀଳମଣୀ ମଲ୍ଲିକ ଓ ଚିତ୍ରସେନ ମଲ୍ଲିକ ବାରଣ ସ୍ୱତ୍ୱେ ୨ ଡ଼ିସିମିଲ ଜାଗାରେ ଘର ନିର୍ମାଣ ଆରମ୍ଭ କରିଛନ୍ତି । ଶହେ ବର୍ଷ ହେଲା ଦଖଲରେ ଥିବା ଜାଗାରେ ସେ ଘର ନିର୍ମାଣ କୁ ବନ୍ଦ କରି ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ କୋର୍ଟ ରେ ଏକ ମିସ କେସ ମଧ୍ୟ୍ୟ କରିଛନ୍ତି । ଯାହାର କେସ ନମ୍ବର ୧୦୨୯ ଓ ସିଭିଲ ସୁଟ ନମ୍ବର ୨୦୭ା ଉକ୍ତ ବେଆଇନ ନିର୍ମାଣ କୁ ରୋକ ଲଗାଇବା ପାଇଁ ୧୪୪ ମଧ୍ୟ୍ୟ ଜାରୀ ହୋଇଛି । ଏହା ମଧ୍ୟରେ ବାବାଜୀ ବାରିକଙ୍କ ପରିବାର ନ୍ୟାୟ ପାଇଁ କୋର୍ଟ । ଥାନା ଓ ସ୍ଥାନୀୟ ତହସିଲଦାର ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିବା ଲିଖିତ ଆକାରରେ ଅଭିଯୋଗ କରିଛନ୍ତିା ତହସିଲଦାରଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ।କିନ୍ତୁ ଏଯାବତ ଘର ନିର୍ମାଣ ବନ୍ଦ ହେଉନାହିଁ କି ଦଖଲଦାର ବରିଷ୍ଟ ନାଗରିକ ବାବାଜୀ ବାରିକଙ୍କୁ ନ୍ୟାୟ ମିଳିନାହିଁ । ତେବେ ଦେଖିବାକୁ ବାକି ରହିଲା ଅଭିଯୋଗକାରୀଙ୍କୁ କେବେ ମିଳୁଛି ନ୍ୟାୟ, ଆଉ କେବେ ବନ୍ଦ ହେଉଛି ବେଆଇନ ଘର ନିର୍ମାଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login