The Ultimate Managed Hosting Platform
ADVERTISEMENT

ବେଆଇନ କଂକ୍ରିଟ ମିକ୍ସ ପ୍ଲାଣ୍ଟ ବସାଯିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଗଣଧାରଣା

Facebook
Twitter
LinkedIn

କଟକ : ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ପ୍ରତାପନଗରୀ ଗ୍ରାମ ନିକଟରେ , ବେଆଇନ ଭାବେ ବସାଯାଇଥିବା କଂକ୍ରିଟ ମିକ୍ସ ପ୍ଲାଣ୍ଟକୁ ବିରୋଧ କରି ସୋମବାର ଦିନ ପ୍ରତାପନଗରୀ ଗ୍ରାମ ବାସୀଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା । ପ୍ରତାପନଗରୀ ଗ୍ରାମ୍ୟ ଉନ୍ନୟନ କମିଟିର ସାଧାରଣ ସଂପାଦକ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ବରେ ଗ୍ରାମର ଯୁବକ ଏବଂ ମହିଳା ମାନେ ଗଣଧାରଣାରେ ବସି , ସ୍ଥାପନ କରାଯାଇଥିବା ବେଆଇନ କଂକ୍ରିଟ ମିକ୍ସ ପ୍ଲାଣ୍ଟ ଏଠାରେ କାର୍ୟ୍ୟ କାରୀ ହେଲେ ଏଠାରେ ବ୍ୟବହୃତ ହେଉଥିବା ସିମେଣ୍ଟ ଗୁଣ୍ଡ ଉଡ଼ି ଆଜମା ଭଳି ମାରାତ୍ମକ ରୋଗରେ ପ୍ରତାପନଗରୀ, ଭାଣପୁର ଏବଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଆକ୍ରାନ୍ତ ହେବେ । ଏନେଇ ଗ୍ରାମ ବାସୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏ ବିଷୟରେ କଂକ୍ରିଟ ମିକ୍ସ ପ୍ଲାଣ୍ଟର କର୍ତ୍ତୃପକ୍ଷ ଗ୍ରାମ ବାସୀଙ୍କ ସହ ଆଲୋଚନା ନକରି ଏତେ ବଡ ପଦକ୍ଷେପ କାହା ଛତ୍ରଛାୟା ତଳେ ରହି ପ୍ଲାଣ୍ଟ ସ୍ଥାପନ କଲେ , ସେନେଇ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ଧରଣ ଆନ୍ଦୋଳନ କରାଯିବା ବୋଲି ଚତାବନୀ ଦେଇଛନ୍ତି । ଗଣଧାରଣାର ଖବର ପାଇ ସିଏମସି ୫୮ ନମ୍ବର ୱ।ର୍ଡ଼ରକର୍ପୋରେଟର ଜନାର୍ଦ୍ଦନ ପରିଡ଼ା ପହଞ୍ଚି ଗଣଧାରଣା ରେ ବସିଥିବା ପ୍ରତାପନଗରୀ ଗ୍ରାମର ଯୁବକ ଓ ମହିଳାଙ୍କ ସହ ଆଲୋଚନା କରିବା ସହ, ସ୍ଥାପନ କରାଯାଇଥିବା କଂକ୍ରିଟ ମିକ୍ସ ପ୍ଲାଣ୍ଟ ର କତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଗଣ ଧାରଣାରେ ବସିଥିବା ବ୍ୟକ୍ତି ମାନେ ଧାରଣାରୁ ଉଠିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login