ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ଆତଙ୍କକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ନୋଏଡା-ଗାଜିଆବାଦ ସମେତ ସମଗ୍ର ଏନସିଆରରେ କୁକୁରମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ, ଏମସିଡି ଏବଂ ଏନଡିଏମସିକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ସବୁବେଳେ ଦେଖାଯାଏ । ଏହି କାରଣରୁ ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ନିକଟରେ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ । ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛ ନ୍ତି।୫ ହଜାର କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Views: 37