ଭୁବନେଶ୍ୱର : ରାଜ୍ୟରେ ବୁଲା କୁକୁର ମାନଙ୍କର ଗଣନା କରିବେ ସରକାର । ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୁଲା କୁକୁରଙ୍କ ଗଣନା , ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏବେ ରାଜ୍ୟରେ ୭ ଲକ୍ଷ ବୁଲା ଓ ୬୪ ହଜାର ପୋଷା କୁକୁର ଅଛନ୍ତି । ବୁଲା କୁକୁର ମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ । ରାସ୍ତା କଡରେ ଖାଇବା ନ ଦେବାକୁ ଲୋକଙ୍କୁ କରାଯିବ ସଚେତନ । ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରାଣୀ ସମ୍ପଦ ବିଭାଗର ତତ୍ପରତା ।
Views: 98