ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ ପୂର୍ବରୁ ଘରୋଇ ଷ୍ଟକ୍ ମାର୍କେଟରେ ହ୍ରାସ ଦେଖାଦେଇଛି। ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ହ୍ରାସ ସହିତ ପ୍ରମୁଖ ବେଞ୍ଜମାର୍କ ଇଣ୍ଡେକ୍ସ ଖୋଲିଛି। ଅଟୋ ଏବଂ ଆଇଟି ସେକ୍ଟରର ଶେୟାର ହ୍ରାସ ପାଇଛି । ପୂର୍ବାହ୍ନ ୯ଟା ୫୦ରେ, ସେନସେକ୍ସ ୭୨,୦୮୯.୪୮, -୫୭୪.୯୯(୦.୭୯%) ପଏଣ୍ଟରେ କାରବାର କରୁଥିବାବେଳେ ନିଫ୍ଟି ୧୫୯.୨୧ (୦.୭୨%) ପଏଣ୍ଟରୁ ୨୧,୮୯୬.୦୦କୁ ଖସି ଆସିଥିଲା।
Views: 67