ପାଟନା : ପୁଣିଥରେ ବିହାରରେ ସାମ୍ନାକୁ ଆସିଛି ବିଷାକ୍ତ ମଦମୃତ୍ୟୁ ମାମଲା । ବିଷାକ୍ତ ମଦପିଇ ମୋତିହାରୀ ଜିଲ୍ଲାରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏବେ ମେଡିକାଲରେ ୧୦ରୁ ଅଧିକ ଲୋକ ଚିକିତ୍ସିତ ଅଛନ୍ତି । ହେଲେ ପ୍ରଶାସନ ତରଫରୁ ଏପର୍ୟ୍ୟନ୍ତ ଏହି ମାମଲାରେ ମାତ୍ର ୬ଜଣଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ହେଲେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏବେ ମୋତିହାରୀର ବିଭିନ୍ନ ଅଞ୍ଚଳରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ମାମଲାରେ ପୋଲିସ ତରଫରୁ ଯାଂଚ ଆରମ୍ଭ ହୋଇଛି । ବିଷାକ୍ତ ମଦ ବିକ୍ରି କରିଥିବା ସନ୍ଦେହରେ ପୋଲିସ ୭ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି । ସୂଚନା ମୁତାବକ ମୋତିହାରୀର ତୁଷକøଲିଆ, ହରାସିଦ୍ଧ ଓ ପହାଡପୁର ଥାନା ଅଞ୍ଚଳରେ ଶୁକ୍ରବାର ଦିନ ୨ଜଣଙ୍କର ମୃତ୍ୟୁ ହୋଇଥିଲା ।
Views: 75