The Ultimate Managed Hosting Platform
ADVERTISEMENT

ବିହାରରେ କାଳବୈଶାଖୀ ବର୍ଷା, ଗଲାଣି ୧୦୨ ଜଣଙ୍କ ଜୀବନ

Facebook
Twitter
LinkedIn

ପାଟନା : ବିହାରର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ଏଯାଏ ଗଲାଣି ୧୦୨ ଜଣଙ୍କ ଜୀବନ । ବିହାରରେ ସବୁଠାରୁ ଅଧିକ ଦେଖିବାକୁ ମିଳିଛି ପ୍ରକୃତିର ପ୍ରଭାବ । ଭୀଷଣ ବର୍ଷା ଏବଂ ବ୍ରଜପାତ ଯୋଗୁଁ ଗତ ୨୪ ଘଣ୍ଟାରେ ୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାଳନ୍ଦା, ସିୱାନ୍, ସରଣ, ଭୋଜପୁର, ଗୟା, ଦାରବଙ୍ଗା, ଜାମୁଇ ଏବଂ ସାହାରା ସମେତ ପ୍ରଭାବିତ ହୋଇଛି ୨୦ ଟି ଜିଲ୍ଲା । ନାଳନ୍ଦାରୁ ପ୍ରାଣ ହରାଇଛନ୍ତି ସର୍ବାଧିକ । କେବଳ ନାଳନ୍ଦାରେ ଏକ ବିରାଟ ବର ଗଛ ଉପୁଡ଼ି ମନ୍ଦିର ଉପରେ ପଡ଼ିଯିବାରୁ ୨୨ ଜଣଙ୍କ ଜୀବନ ଯାଇଛି । ପାଟଣାରେ ସର୍ବାଧିକ ୪୨. ୬ ମିଲିମିଟର ରେକର୍ଡ ହୋଇଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିହାରରେ ବର୍ଷା ଏବଂ ଝଡ଼ ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପାଇଁ ଘୋଷଣା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login