ନୂଆଦିଲ୍ଳୀ: ଦିଲ୍ଲୀ ପୁଲିସ ୧୫ ଟନ୍ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କାରଖାନାର ମାଲିକ ରହିଛନ୍ତି। ଦିଲୀପ ସିଂହ , ସରଫରାଜ ଏବଂ ଖୁର୍ସିଦ ମଲିକ ଗିରଫ ହୋଇଛନ୍ତି। ଦିଲୀପ ଓ ସରଫରାଜ କାରଖାନାର ମାଲିକ ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ଅପମିଶ୍ରିତ ମସଲାକୁ ସ୍ଥାନୀୟ ବଜାର ଏବଂ ଦିଲ୍ଲୀର ବିକ୍ରେତାମାନଙ୍କୁ ଅସଲି ମସଲା ମୂଲ୍ୟରେ ବିକ୍ରି କରୁଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
Views: 81











