The Ultimate Managed Hosting Platform
ADVERTISEMENT

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ନ୍ୟୁୟର୍କ

Facebook
Twitter
LinkedIn

ନୂଆଦିଲ୍ଲୀ : ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । ଗତ ଜୁନ ୬ରେ ଆମେରିକାର ବଡ଼ ସହର ନ୍ୟୁୟର୍କକୁ ଦୁନିଆର ସବୁଠାରୁ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । IQAir ଏହି ତଥ୍ୟ ଦେଇଥିବା ଜଣାପଡ଼ିଛି । କାନାଡ଼ାରେ ଭୟଙ୍କର ନିଆଁ ଲାଗିଥିବାରୁ ନ୍ୟୁୟର୍କ ସହର ଅଧିକ ପ୍ରଦୁଷିତ ହେଉଛି । ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ସହର ଧୂଆଁରେ ଆଚ୍ଛାଦିତ ହୋଇଯାଇଛି । ରିପୋର୍ଟ ଅନୁସାରେ ପ୍ରଦୂଷଣର ହାର ୨୨୨ ମପା ଯାଇଥିଲା, ଯାହା ଅତ୍ୟନ୍ତ ଖରାପ ବୋଲି କୁହାଯାଉଛି । ଦିନକୁ ଦିନ ପ୍ରଦୁଷଣର ମାତ୍ରା ବଢି ବଢି ଚାଲିଛି । ଅତ୍ୟଧିକ ଗାଡ଼ିମଟର ବ୍ୟବହାର, କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଏବଂ ଅଳିଆ ଆବର୍ଜନା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି । ବର୍ତ୍ତମାନ ସମୟରେ ପ୍ରଦୂଷଣ ଲୋକମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login