କୋଲକତା : ବର୍ଷା ପାଇଁ ଖେଳ ବନ୍ଦ ଥିବା ବେଳେ ବର୍ଷା ଛାଡିଲେ ଖେଳ ଆରମ୍ଭ ହେବ । ଆଉ ଯଦି ବର୍ଷା ନ ଛାଡେ, ତେବେ ଆସନ୍ତାକାଲି ଏହିଠାରୁ ପୁଣି ଖେଳ ଆରମ୍ଭ ହେବ ।ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ କୋଲକତାର ଇଡେନ ଗାଡେର୍ନ୍ସରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଛି ଦଳ । ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଛନ୍ତି । ପ୍ରଥମ ୧୦ ଓଭରରେ ମାତ୍ର ୧୮ ରନ କରି ଦୁଇ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ଏବେ ଆହୁରି ସଙ୍କଟ ମଧ୍ୟକୁ ଚାଲି ଯାଇଛି । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪୪/୪ ଓ୍ଵିକେଟ ହରାଇଛି । ଆଉ ମ୍ୟାଚରେ ବର୍ଷା ସାଜିଛି ବାଧକ ।
ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ ୱିକେଟ ହରାଇ ୪୪ ରନ କରିଥିବା ବେଳେ ହଠାତ୍ କୋଲାକାତାର ଇଡେନ ଗାର୍ଡେନ୍ସରେ ବର୍ଷା ଆରମ୍ଭ ହୋଇଛି । ଏଥିଯୋଗୁ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକାର କୌଣସି ଖେଳାଳି ଏପର୍ୟ୍ୟନ୍ତ ୧୦ରୁ ଅଧିକ ରନ କରିନାହାନ୍ତି । ବର୍ଷା ପାଇଁ ଖେଳ ବନ୍ଦ ଥିବା ବେଳେ ବର୍ଷା ଛାଡିଲେ ଖେଳ ଆରମ୍ଭ ହେବ । ଆଉ ଯଦି ବର୍ଷା ନ ଛାଡେ, ତେବେ ଆସନ୍ତାକାଲି ଏହିଠାରୁ ପୁଣି ଖେଳ ଆରମ୍ଭ ହେବ ।
ବିଶ୍ୱକପ ; ଆଜି ଦ୍ୱିତୀୟ ସେମିଫାଇନାଲ , ବର୍ଷା ପାଇଁ ଖେଳ ବନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











