ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ବିଶ୍ବ ଦରବାରରେ ବଢିଲା ଓଡ଼ିଶାର ଗୌରବ । ଉତ୍କଳୀୟ କଳାର ଅନ୍ୟତମ ପ୍ରାଣକେନ୍ଦ୍ର କୁହାଯାଉଥିବା କୋଣାର୍କର ଚାରୁକଳାକୁ ଦେଖିଛି ବିଶ୍ବ । ନୂଆଦିଲ୍ଲୀରେ ଆୟୋଜିତ ଗ୍ରୁପ ୨୦ ସମ୍ମିଳନୀ ଅବସରରେ କୋଣାର୍କର ଏକ ଚକର ପ୍ରତିକୃତି ବ୍ୟାକଡ୍ରପରେ ବିଶ୍ବ ନେତାଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତାଙ୍କୁ ସେ ସ୍ବାଗତ କରିଛନ୍ତି ।
ଚାରୁକାରୁକଳାର ବିମୁଗ୍ଧ ସଂରଚନା ଦେଖି ଅଭିଭୂତ ହୋଇଥିଲେ ଅତିଥି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ କଳାକୃତି ସମ୍ପର୍କରେ ବୁଝାଇଥିଲେ ମୋଦି । ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପର ଏକ ସ୍ବତନ୍ତ୍ର ସ୍ଥାନରେ ଅବସ୍ଥାପିତ ହୋଇଥିଲା ବିଶ୍ବପ୍ରସିଦ୍ଧ କୋଣାର୍କର ଚକ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବିଶ୍ବପ୍ରସିଦ୍ଧ କୋଣାର୍କକୁ ପ୍ରତିବର୍ଷ ଦେଶବିଦଶର ଲକ୍ଷ ଲକ୍ଷ ପର୍ୟ୍ୟଟକ ଆସୁଥିବାବେଳେ ଖୁବ୍ ନିକଟରୁ ପ୍ରସିଦ୍ଧ କଳାର ଝଲକ ଦେଖି ବିମୋହିତ ହୋଇଥିଲେ ବିଶ୍ବନେତା ।
ବିଶ୍ୱ ଦେଖିଲା କୋଣାର୍କର ଚାରୁକଳା , ବଢିଲା ଓଡିଶାର ଗୈାରବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











