The Ultimate Managed Hosting Platform
ADVERTISEMENT

ବିରଳ ୧୦୦୦ ପାଖୁଡ଼ାର ଧଳା କମଳ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ଶ୍ୱେତ ପଦ୍ମ ସହସ୍ର ଦଳ କମଳ। ବଡ଼ବିଲ ସହର ପିଏଚଡି କଲୋନୀ ନିକଟ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ । ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ହଜାରେ ପାଖୁଡ଼ାର ଦୁଇଟି ଧଳା ପଦ୍ମ ଫୁଟିପାରିଛି । ଏହି ଶ୍ୱେତ ପଦ୍ମର କନ୍ଦାକୁ କଲିକତାରୁ ଆଣି ସେ ବଗିଚାରେ ଲଗାଇଥିଲେ । ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ତା’ର ଯତ୍ନ ନେଉଥିଲେ। ପାଖାପାଖି ୨ ମାସ ପରେ ଏଥିରେ କଢ଼ ଧରିଥିଲା । କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ଦୁଇ ସପ୍ତାହ ଲାଗିଥିଲା । ଏବେ ଏହି ବିରଳ ହଜାରେ ପାଖୁଡ଼ାର ଧଳା ପଦ୍ମ ଫୁଲଟି ଦେଖିବାପରେ ଦେଖଣାହାରୀଙ୍କ ମନମୋହି ନେଉଛି ।ଅନ୍ୟ ପଦ୍ମ ଫୁଲ ଭଳି ଆକାର, କିନ୍ତୁ ରଙ୍ଗ ଧଳା ଆଉ ପାଖୁଡ଼ା ସଂଖ୍ୟା ହଜାରେ । ଏହି ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପାଇଁ ବହୁ ଲୋକଙ୍କ ଆଗମନ ହେଉଛି । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଗୋଲାପୀ ରଙ୍ଗର ୧୦୦୦ ପାଖୁଡ଼ା ପଦ୍ମ ଫୁଟାଇ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ ବିଜୟ । ଏତଦ୍ ବ୍ୟତୀତ ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଂଗର ହାଇବ୍ରିଡ୍ ପଦ୍ମ ଓ କଇଁ ଫୁଲର ସଂଗ୍ରହ ମଧ୍ୟ ରହିଛି । ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଦୁଇଶହ ପଚାଶ ପ୍ରକାର ଫୁଲ ଓ ବୃକ୍ଷ ( ପ୍ଲାଣ୍ଟ), ଏଠାରେ ଦେଖିବାକୁ ମିଳୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login