ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆରେ ମହାବଳ ମୃତ । ସାଢେ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ । ଏନେଇ ସୂଚନା ଦେଲେ ପିସିସିଏଫ ସୁଶିଲ କୁମାର ପପଲି । ବାଘ-ବାଘ ମଧ୍ୟରେ ଲଢେଇ ଯୋଗୁଁ ମୃତ୍ୟୁ ହୋଇଥିବା ସନେ୍ଦହ କରାଯାଉଛି । ବିରଳ କଳା ମହାବଳ ବାଘର ଶରୀରରେ ରହିଛି କ୍ଷତଚିହ୍ନ । ପାଷ୍ଟମର୍ଟମ ପରେ କାରଣ ସ୍ପଷ୍ଟ ହେବ କହିଲେ ପିସିସିଏଫ ।
Views: 69