ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଦିଲ୍ଲୀ ବାରଣାସୀ ଯାଉଥିବା ବିମାନରେ ବୋମା ଆତଙ୍କ । ବୋମାରେ ଉଡାଇ ଦେବାକୁ ଧମକ ପରେ ସର୍ଚ୍ଚ ଅପରେସନ । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ତଦନ୍ତକାରୀ ଟିମ୍ । ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଚାଲିଛି ସର୍ଚ୍ଚ ଅପରେସନ । ୬ଋ୨୨୧୧ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ପ୍ରାୟ ୫ ଟାରେ ଉଡ଼ାଣ ଭରିବାର ଥିଲା ଏବଂ ବିମାନର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକା ଯାଇଥିଲା। ବୋମାରେ ଉଡାଇଦେବାକୁ ଧମକ ପରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ବିମାନକୁ ତୁରନ୍ତ ଏକ ଆଇସୋଲେସନ ଓ୍ବେକୁ ନିଆଯାଇଛି। । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଯଦିଓ କୌଣସି ସନ୍ଦେହଜନକ ଜିନିଷ ମିଳିପାରିନାହିଁ।
Views: 109











