ନୂଆଦିଲ୍ଲୀ : ସୁଦାନ ବିମାନବନ୍ଦରରେ ବଡ଼ ଦୁର୍ଘଟଣା । ରବିବାର ଏଠାରେ ଏକ ସିଭିଲ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ସେନାକର୍ମୀ ଅଛନ୍ତି। ସୁଦାନ ସେନା କହିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ଜଣେ କୁନି ଝିଅର ଜୀବନ ରକ୍ଷା ପାଇଥିବା କୁହାଯାଉଛି। କୁନି ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତା’ର ଚିକିତ୍ସା ଚାଲିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋର୍ଟ ସୁଦାନ ବିମାନବନ୍ଦରରୁ ଏକ ସିଭିଲ୍ ବିମାନ ଉଡ଼ାଣ ଭରୁଥିଲା। ଏହି ସମୟରେ ହଠାତ୍ ବୈଷୟିକ ତ୍ରୁଟି ହେତୁ ଟେକ୍ଅଫ୍ ବେଳେ ବିମାନଟି କ୍ରାସ୍ ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ସେନାର ୪ ଯବାନ ଅଛନ୍ତି। ସୂଚନାଥାଉ କି, ସୁଦାନ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ନିଆଁରେ ଜଳୁଛି। ଏପ୍ରିଲ୍ ୧୫ରୁ ଏଠାରେ ସଶସ୍ତ୍ର ବାହିନୀ ଏବଂ ଅର୍ଦ୍ଧସୈନିକ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ଯୁଦ୍ଧ ଚାଲିଛି।
ବିମାନ ବନ୍ଦରରେ ପ୍ଲେନ କ୍ରାସ, ୯ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











