ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୮ କୋଟିର ବିଦେଶୀ ଗଞ୍ଜେଇ ଜବତ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଆସୁଥିବା ବେଳେ ଧରିଲା ଡିଆରଆଇ ।ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ହେବ । ଅହମ୍ମଦାବାଦର ଜଣେ ଅଟକ । ବ୍ୟାଙ୍କକରୁ ଆସୁଥିଲା ।ସେହିପରି ଗତକିଛି ତତେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ ଯାତ୍ରୀ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ , ପରେ ସେ ଆଣିଥିବା ସାମଗ୍ରୀକୁ ଯାଞ୍ଚ ବି କରିଥିଲେ ।
Views: 14