The Ultimate Managed Hosting Platform
ADVERTISEMENT

ବିବାହ ବେଦୀରେ ଏସିଡ୍ ମାଡ଼ କଲେ ଦୁର୍ବୁତ୍ତ, ବର କନ୍ୟା ସମେତ ୧୨ ଗୁରୁତର

Facebook
Twitter
LinkedIn

ନୂଆଦିଲ୍ଲୀ: ବିବାହ ବେଦୀରେ ଦୁର୍ବୁତ୍ତଙ୍କ ଏସିଡ୍ ମାଡ଼ । ବର କନ୍ୟା ସମେତ ୧୨ ଜଣ ଗୁରୁତର । ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ବସ୍ତର ଜିଲ୍ଲା ଭାନପୁରୀର ଆମାବାଲ ଗାଁରେ । ଗତ ରାତିରେ ଏକ ବିବାହ ଚାଲିଥିବା ବେଳେ ବିଜୁଳି ନଥିଲା । ଅନ୍ଧାରର ସୁଯୋଗ ନେଇ ବେଦୀରେ ଏସିଡ୍ ମାଡ଼ କରି ଫେରାର୍ ହୋଇଛି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ବର ଓ କନ୍ୟା ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଭାନପୁରୀ ପୋଲିସକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ବର ଡମରୁଧରକୁ ମହାରାଣୀ ମେଡିକାଲରେ ଏବଂ ବାକି ଅନ୍ୟ ଗୁରୁତର ମାନଙ୍କୁ ଭାନପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login