The Ultimate Managed Hosting Platform
ADVERTISEMENT

ବିବାହ ବାର୍ଷିକୀ ବେଳେ ନାଚୁ ନାଚୁ ଟଳି ପଡିଲେ ସ୍ୱାମୀ

Facebook
Twitter
LinkedIn

ୟୁପି : ବିବାହର ୨୫ତମ ବାର୍ଷିକୀ ପାଳୁଥିଲେ ଦମ୍ପତି । ନାଚଗୀତରେ ମସଗୁଲ ହେବା ସହ ସାରା ପରିବାର ଓ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ଥିଲା ଉତ୍ସାହ । ନାଚିବା ଅବସ୍ଥାରେ ଅକସ୍ମାତ ତଳେ ପଡିଗଲେ ସ୍ବାମୀ । ବାସ୍ ସାରା ଉତ୍ସବରେ ଘୋଟିଗଲା ଶୋକର ଛାୟା । ଅଧୁରା ବି ରହିଗଲା କେକ୍ କାଟିବା । ତାଙ୍କ ଜୀବନର ସୁନେଲି ଯାତ୍ରାର ବି ହୋଇଯାଇଥିଲା ଅବସନ । ଏହି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ ବରେଲୀରେ । ଷ୍ଟେଜ ଉପରେ ହିଁ ଆଖି ବୁଜିଦେଇଥିଲେ ୫୦ ବର୍ଷ ବୟସ୍କ ଓ୍ବାସିମ ଶାଶ୍ବତ ।ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଓ୍ବାସିମ ଜଣେ ଯୋତା ବ୍ୟବସାୟୀ ହୋଇଥିବାବେଳେ ତାଙ୍କରୁ ଦୁଇଟି ପୁଅ ଅଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପ୍ରକାଶ କରିଥିଲେ । ନାଚଗୀତ ଶେଷରେ ଦୁହେଁ କେକ୍ କାଟିବା ଲାଗି ନିଷ୍ପତ୍ତି ନେଇଥିଲେ । ହେଲେ ଚିରଦିନ ଲାଗି ତାହା ରହିଗଲା ଅପୂରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login