ମୁମ୍ବାଇ : ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ । ମୁମ୍ବାଇ-ନାସିକ ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି । ମିନି ବସ ଓଲଟି ୧୦ ଜଣ ଆହତ ହୋଇଛନ୍ତି । େ ପାଖାପାଖି ୨୦ ଜଣ ଲୋକ ବିବାହ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇର କଫ ଫରେଡରୁ ନାସିକର ସିନ୍ନର ଯାଉଥିଲେ । ଚିନ୍ତାମନୱାଡ଼ି ମୋଡରେ ବସ୍ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା କସାରା ଥାନା ଇନ୍ସପେକ୍ଟର ସୁରେଶ ଗାଭିତ କହିଛନ୍ତି ।ଆହତମାନଙ୍କୁ ଶାହପୁର ଏବଂ ପାଖ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି ।
Views: 23