ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ବଡୁ ସେବାୟତ ଓ ମହାସୁଆରଙ୍କ ବିବାଦ । ବିବାଦରୁ ରାତି ସାଢେ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ । ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ବନ୍ଦ ରହିଛି ନୀତି ।
ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କର ଗତକାଲିଠୁ ନୀତିକାନ୍ତି ବନ୍ଦ ରହିଛି ।
Views: 50











