The Ultimate Managed Hosting Platform
ADVERTISEMENT

ବିବାଦକୁ ଆସିଲେ ଗାୟକ କ୍ରିସ୍ ବ୍ରାଉନ୍, ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Facebook
Twitter
LinkedIn

ନୂଆଦିଲ୍ଲୀ : ସିଙ୍ଗର ତଥା ପପ୍ ଗାୟକ କ୍ରିସ୍ ବ୍ରାଉନ ଏବେ ବିବାଦ ଘେରରେ । ଜଣେ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଚି । ଯାହାରକୁ ନେଇ କ୍ରିସଙ୍କ ପାଇଁ ଏବେ ଅଡୁଆ ସୂତା ବଢିବାରେ ଲାଗିଛି । ନିଜେ ପୀଡିତା ମହିଳା କହିଛନ୍ତି ଯେ କ୍ରିସ୍ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲେ । ସେ ନେଆର୍ ଆଣ୍ଡ୍ ବି ଷ୍ଟାରଙ୍କୁ ୨୦ ମିଲିୟନ ଡଲାରର କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ପୀଡିତା ମହିଳା ଜଣଙ୍କ ଜେନ୍ ଡୋକ୍ ବୋଲି ଜଣାପଡିଛି । ତେବେ ଦାଖଲ ହୋଇଥିବା ମାମଲା ଅନୁଯାୟୀ , ୨୦୨୦ ମସିହା ଡିସେମ୍ବର ୩୦ ତାରିଖରେ ପୀଡିତାଙ୍କୁ ମିୟାମି ଡାକିଥିଲେ କ୍ରିସ୍ । ଏହାପରେ ସେ ମହିଳାଙ୍କୁ କିଛି ପିଇବାକୁ ଦେଇଥିଲେ । ପରେ ମହିଳା ଅସ୍ଥିର ଅନୁଭବ କରିଥିଲେ । ମାତ୍ର କିଛି ଜାଣିପାରି ନଥିଲେ । ଏହାପରେ ତାଙ୍କୁ କ୍ରିସ୍ ଏକ କୋଠରୀକୁ ନେଇ ଦୁଷ୍କର୍ମ କରିଥିଲେ । ଜେନଙ୍କ ଓକିଲ ଆରିଅଲ ମିଚେଲ ଓ ଜର୍ଜ ଭ୍ରାବେକ୍ କହିଛନ୍ତି ଯେ, କ୍ରିସ୍ ତାଙ୍କ ମହୋକିଲଙ୍କୁ ମାଡ ମଧ୍ୟ ମାରିଛନ୍ତି । ସେ ଭୟରେ ଏକଥା ପୋଲିସ ସାମ୍ନାରେ କହିନାହାଁନ୍ତି । ଏହି ମାମଲା ଆଗକୁ ରୁଜୁ ହୋଇପାରେ ବୋଲି ସେମାନେ କହିଛନ୍ତି । ଏହି ଘଟଣାକୁ ନେଇ କ୍ରିସ୍ କହିଛନ୍ତି ଯେ, ସେ ଯେବେ ବି କିଛି ନୂଆ ମ୍ୟୁଜିକ ଲଞ୍ଚ୍ କରିବାକୁ ଚାହିଁଥାନ୍ତି ସେ ସମୟରେ ଏଭଳି ଅଭିଯୋଗ ଆସିଥାଏ । କିଛି ଜଣ ତାଙ୍କ ଗୋଡ ଟାଣିବାକୁ ଚେଷ୍ଟା କରିଥାନ୍ତି । ସୂଚନା ଅନୁଯାୟୀ, ୨୦୦୯ରେ ମଧ୍ୟ କ୍ରିସଙ୍କ ବିରୋଧରେ ରିହାନାଙ୍କୁ ମାଡ ଅଭିଯୋଗ ଆସିଥିଲା । ସେତେବେଳେ ରିହାନା ତାଙ୍କ ବାନ୍ଧବୀ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login