ଦେବଗଡ : ବିପୁଳ ନକଲି ବିଦେଶୀ ମଦ ଜବତ । ଦେବଗଡ ଜିଲ୍ଲା ରିଆମାଳରେ ପୁଲିସ ଏମଭି ଚେକିଂ ବେଳେ ସ୍ୱିଫ୍ଟ କାର ସହ ୧୦୦ ଲିଟରରୁ ଉଦ୍ଧ୍ୱର୍ ବିଦେଶୀ ମଦ ଜବତ । ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ରିଆମାଳ ଥାନା ପୁଲିସ ଅଧିକାରୀ । ଚେକିଂ ବେଳେ ପୁଲିସକୁ ଚକମା ଦେଇ ଛତାବର ରାସ୍ତାରେ ଗାଡ଼ି ବୁଲାଇ ଅଭିଯୁକ୍ତମାନେ ଫେରାର ଉଦ୍ୟମ ବେଳେ ସେମାନଙ୍କୁ ଗୋଡ଼ାଇଗୋଡ଼ାଇ ପୁଲିସ ଧରିବାରେ ସଫଳ ହୋଇଥିଲା କ୍ଷ ଗିରଫ ଅଭିଯୁକ୍ତମାନେ ରିଆମାଳ ଥାନାଞ୍ଚଳ ବାଲିଜୋରୀ ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ବୋଲି ଜଣା ପଡ଼ିଛି କ୍ଷ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।
Views: 34