The Ultimate Managed Hosting Platform
ADVERTISEMENT

ବିଧାୟକଙ୍କ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଗିଦ୍ : ଲୋକଙ୍କୁ ଭଲ ସେବା ଦିଅ ,ଭଲ ବ୍ୟବହାର କର ନଚେତ .. ..

Facebook
Twitter
LinkedIn

ଜଗତସିଂହପୁର (ଲୋକନାଥ ସାହୁ ) : ଲୋକଙ୍କୁ ଭଲ ସେବା ଦିଅ । ଆଉ ଭଲ ବେବହାର କର, । ନଚେତ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ଏଭଳି କଥା କହି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ତାଗିଦ କରିଛନ୍ତି ବାଲିକୁଦା ଏରସମାର ଜନପ୍ରିୟ ବିଧାୟକ ଶାରଦା ପ୍ରସନ ଜେନା । ବାଲିକୁଦା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ୟ୍ୟସ୍ତକୁ ନେଇ ବିଧାୟକ ଶାରଦା ପ୍ରସନ ଜେନାଙ୍କ ପାଖରେ ଅଭିଯୋଗ ହେବା ପରେ ଅଭିଯୋଗ ପାଇ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ଏକ ବୈଠକ ଡାକିଥିଲେ ବିଧାୟକ ଶ୍ରୀଯୁକ୍ତ ଜେନା । ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ ଉଚ୍ଚିତ ସେବା ଯୋଗାଇ ଦେବା ସହିତ ସେମାନଙ୍କୁ ଭଲ ବେବହାର କରିବା ପାଇଁ କର୍ମଚାରୀ ମାନଙ୍କୁ ବିଧାୟକ ଶ୍ରୀଯୁକ୍ତ ଜେନା ତାଗିଦ କରିବା ସହିତ ଯଦି କୌଣସି କର୍ମଚାରୀ ଆସିଥିବା ରୋଗୀ ମାନଙ୍କୁ ଚିକିତ୍ସାରେ ଅବହେଳା କରେ ଆଉ ବ୍ୟବହାର ଖରାପ କରେ ସେମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି, ।

ବିଧାୟକଙ୍କର ଏଭଳି କଥା ଶୁଣି ଚିକିତ୍ସାରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କର ଛନକା ପଶିଛି । ଏହି ବୈଠକରେ ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରହୀ, ଡାକ୍ତର ସରୋଜ କୁମାର ଜେନା, ପ୍ରମୋଦ କୁମାର ବାରିକ, ହିମାଂଶୁ କୁମାର ସାହୁ, ବନବିହାରୀ ମହାରଣା ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login