ଭୁବନେଶ୍ୱର : ପୁଣି ବିଧାନସଭାରେ ଶାସକ-ବିରାଧେୀ ମୁହାଁମୁହିଁରୁ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ପଏଣ୍ଟ ଅଫ ଅର୍ଡର ମାଗିଲା ବିରୋଧୀ ବିଜେଡି । ବିରୋଧୀ ଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରୋସିଡିଂରୁ ହଟାଇବା ଦାବି କଲା । ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ । ରିପୋର୍ଟର ଟେବୁଲରେ ଚଢିଲେ କଂଗ୍ରେସ ବିଧାୟକ ଦଳ ନେତା କାଡାମ । ବାଚସ୍ପତିଙ୍କ ମାଇକ ଉପାଡିବାକୁ ତାରା ବାହିନୀପତିଙ୍କ ଉଦ୍ୟମ । ଗୁରୁବାର ଗୃହରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଅଭିଯୋଗ କରି ବର୍ଷିଥିଲେ ରାମଚନ୍ଦ୍ର କାଡାମ । ଏହାପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଥିଲେ ଯେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଗଠନ ଦାବିରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା କରିଥିଲେ । ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ୪ଟା ଯାଏଁ ମୁଲତବୀ ରଖିଥିଲେ ।
ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











