ଭୁବନେଶ୍ୱର : ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ତେର୍ଚ୍ଛା ବାଣ । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଟାର୍ଗେଟ । ଛତିଶଗଡ ଡାମ ଗଠନ ପ୍ରସଙ୍ଗରେ ମୁକେଶ ମହିଲାଙ୍ଗଙ୍କ ଉତ୍ତର । ୨୪ ବର୍ଷରେ କେତେ ଡ୍ୟାମ କରିଛନ୍ତି ପାଲଟା ପ୍ରଶ୍ନ କଲେ ମୁକେଶ । କେତେ ଡ୍ୟାମ ହୋଇଛି ସେ ତଥ୍ୟ ଆପଣଙ୍କ ପାଖରେ ଥିବ । ପୂର୍ବ ସରକାର ପାଣି ସମସ୍ୟା ପାଇଁ କିଛି ଯୋଜନା କରିନାହାନ୍ତି । ୮ ମାସ ଭିତରେ ସରକାର ବହୁ ଜଳ ପ୍ରକଳ୍ପ ହାତକୁ ନେଇଛନ୍ତି । ପୂର୍ବରୁ ଟେଣ୍ଡର କାହିଁକି ବାତିଲ ହୋଇଛି , ଅଧିକାରୀଙ୍କ ସହ ଆଲୋଚନା କରିବି । ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ୨୪ ବର୍ଷ ମଧ୍ୟରେ ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ନିଜକୁ ନିଜେ ପଚାରନ୍ତୁ । କିନ୍ତୁ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ।
ହୀରାକୁଦ ସଙ୍କଟାପନ୍ନ ଅଛି। ହୀରାକୁଦରେ ସୁକାସୋଢ଼ା ଶୁଖିଗଲାଣି। କିଛି ବ୍ୟାରେଜ କରିବା ରାଜ୍ୟ ସରକାରଙ୍କ ଯୋଜନା ଅଛି କି ବୋଲି ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।
ବିଧାନସଭାରେ “ମହାନଦୀ” ପ୍ରସଙ୍ଗ, ପୂର୍ବ ସରକାରଙ୍କୁ ତେର୍ଚ୍ଛା ବାଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











