ଭୁବନେଶ୍ୱର : ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ତେର୍ଚ୍ଛା ବାଣ । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଟାର୍ଗେଟ । ଛତିଶଗଡ ଡାମ ଗଠନ ପ୍ରସଙ୍ଗରେ ମୁକେଶ ମହିଲାଙ୍ଗଙ୍କ ଉତ୍ତର । ୨୪ ବର୍ଷରେ କେତେ ଡ୍ୟାମ କରିଛନ୍ତି ପାଲଟା ପ୍ରଶ୍ନ କଲେ ମୁକେଶ । କେତେ ଡ୍ୟାମ ହୋଇଛି ସେ ତଥ୍ୟ ଆପଣଙ୍କ ପାଖରେ ଥିବ । ପୂର୍ବ ସରକାର ପାଣି ସମସ୍ୟା ପାଇଁ କିଛି ଯୋଜନା କରିନାହାନ୍ତି । ୮ ମାସ ଭିତରେ ସରକାର ବହୁ ଜଳ ପ୍ରକଳ୍ପ ହାତକୁ ନେଇଛନ୍ତି । ପୂର୍ବରୁ ଟେଣ୍ଡର କାହିଁକି ବାତିଲ ହୋଇଛି , ଅଧିକାରୀଙ୍କ ସହ ଆଲୋଚନା କରିବି । ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ୨୪ ବର୍ଷ ମଧ୍ୟରେ ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ନିଜକୁ ନିଜେ ପଚାରନ୍ତୁ । କିନ୍ତୁ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ।
ହୀରାକୁଦ ସଙ୍କଟାପନ୍ନ ଅଛି। ହୀରାକୁଦରେ ସୁକାସୋଢ଼ା ଶୁଖିଗଲାଣି। କିଛି ବ୍ୟାରେଜ କରିବା ରାଜ୍ୟ ସରକାରଙ୍କ ଯୋଜନା ଅଛି କି ବୋଲି ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।
ବିଧାନସଭାରେ “ମହାନଦୀ” ପ୍ରସଙ୍ଗ, ପୂର୍ବ ସରକାରଙ୍କୁ ତେର୍ଚ୍ଛା ବାଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...