ବିଧାନସଭା ମୈାସୁମୀ ଅଧିବେଶନ : ଜଗିବେ ୩୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର : ବିଧାନସଭା ମୈାସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ୬ ଅତିରିକ୍ତ ଡିସିପି, ୧୯ ଜଣ ଏସିପି, ୨୦ ଇନିସ୍ପେକ୍ଟର ଓ ୭୫ ଜଣ ଏସଆଇ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ବିଧାନସଭା ବାହାରେ ଓ ଭିତରେ କଡ଼ା ସୁରକ୍ଷା । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଲି, ଧାରଣାକୁ ଦୃଷ୍ଟିରେ ରଖି ୫ଟି କଣ୍ଟ୍ରୋଲ ରୁମ ରହିଛି । ଏଥିସହ ସଜାଗ ଅଛନ୍ତି ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପନ୍ସ ଟିମ ଓ ସ୍ପେଶାଲ ଟାଇଟିକାଲ ୟୁନିଟ ।
Views: 96











