ଭୁବନେଶ୍ୱର :ସରକାର ବିଧାନସଭା ମର୍ଯ୍ୟାଦା ଭଙ୍ଗ କରିଛନ୍ତି କହିଲେ ଭକ୍ତ ଦାସ । ବିଧାୟକ, କର୍ମୀଙ୍କ ସହ ଧାରଣାସ୍ଥଳରେ ବସିଲେ ପିସିସି ସଭାପତି ଭକ୍ତ ଦାସ । ବିଧାନସଭାରୁ ଉଠାଇ ଆଣି ରାସ୍ତାରେ ଛାଡି ଦେବା କଣ ମର୍ଯ୍ୟାଦା । ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି କହିଲେ ଭକ୍ତ । ନିଲମ୍ବିତ ବିଧାୟକ ଆଜି ଗୃହକୁ ଯିବାକୁ ଚେଷ୍ଟା କରିବେ ।ଯଦି ସରକାର ଛାଡିବେ ଗୃହକୁ ଯିବେ ନଚେତ ଫେରି ଆସିବେ । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଛି । ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ବାକି ଦୁଇ ବିଧାୟକଙ୍କୁ ଆଜି ନିଲମ୍ବନ କଲେ ବାଚସ୍ପତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସର ସମସ୍ତ ୧୪ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ପରେ କଂଗ୍ରେସର ୧୨ ବିଧାୟକ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ,ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ,ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା ,କାଡ୍ରାକା ଆପାଲାସ୍ବାମୀ, ସୋଫିଆ ଫିର୍ଦ୍ଦୋସ ଓ ନୀଳମାଧବ ହିକ୍କକାଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ।
ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପ ନିଆଁରେ ମହିଳା ଦଗ୍ଧ
ଜଟଣୀ : ଦୀପ ନିଆଁରେ ମହିଳା ଦଗ୍ଧ । ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଅଘଟଣ । ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କଲେ...
ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର
ସମ୍ବଲପୁର : ଚାଉଁରପୁର ମହାଦନୀ ବ୍ରିଜ ଉପରୁ ଡେଇଁଥିବା ମହିଳା ଉଦ୍ଧାର । ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ନେଲେ । ହଠାତ୍ ଆସି ବ୍ରିଜ...
ପୁଣି ଖୋଲିଲା ରେଙ୍ଗାଲି ଡ୍ୟାମ
କଣିହାଁ : ଦ୍ୱିତୀୟ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମ ଖୋଲିଛି । ଉପରମୁଣ୍ଡରେ ବର୍ଷା ଯୋଗୁ...
ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥର୍
ଭୁବନେଶ୍ୱର : ପାତ୍ରପଡା ଭି୨ ପାଖରେ ଦୁର୍ଘଟଣା ଘଟାଇଥିବା ଥର ଧରାପଡିଲା । ସିସିଟିଭି ଆଧାରରେ ଜଟଣୀ ଅଞ୍ଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ ।...