ଭୁବନେଶ୍ୱର : ବିଧାନସଭା ମୁଖ୍ୟ ଗେଟ ଆଗରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ । ବିଧାୟକଙ୍କ ବ୍ୟତୀତ ଆଉ କାହାକୁ ଛଡା ନ ଯିବାରୁ କର୍ମୀଙ୍କ ପ୍ରତିବାଦ । ପୋଲିସ ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ । ସେପଟେ କଂଗ୍ରେସର ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି ବିଜେଡି ବିଧାୟକ । ବିଧାୟକଙ୍କ ବ୍ୟତୀତ ଆଉ କାହାକୁ ଛଡାନଯିବାରୁ ପ୍ରତିବାଦ ହୋଇଛି । ଗେଟ ସାମ୍ନାରେ ବିରୋଧୀ ବିଧାୟକଙ୍କ ଧାରଣା ଜାରି ରହିଛି । ସ୍ଥିତି ନିୟନ୍ତ୍ରଣ କରୁଛି ପୋଲିସ । ସୂଚନା ଅନୂଆସାରେ ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣା ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ ହୋଇଛି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ମାନେ ରାତିସାରା ଧାରଣାରେ ବସିଥିଲେ ବିଧାୟକ । ଏହା ପରେ ସକାଳୁ ମାଷ୍ଟରକ୍ୟାଣ୍ଟିନରୁ ଘଣ୍ଟ ବାଡ଼େଇ ବିଧାନସଭାକୁ ବାହାରି ଥିଲେ କଂଗ୍ରେସ ବିଧାୟକମାନେ । ଖାଲି ସେତିକି ନୁହେଁ, ତାଙ୍କ ସହିତ ତମାମ କଂଗ୍ରେସ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି ।
Views: 18