କେନ୍ଦ୍ରାପଡ଼ା : ବିଦ୍ୟୁତ ତାର ସଟ୍ ସର୍କିଟରେ ଆସି ଜଳିଗଲା ଘର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଟିପଡା ପଞ୍ଚାୟତର ବଳରାମ ମଳିକଙ୍କ ଘର ବିଦ୍ୟୁତ ତାର ସ୍ପାର୍କିଂରେ ଜଳି ଯାଇଛି । ଲୋକେ କିଛି ଭାବିବା ପୂର୍ବରୁ ଘରଟି ହୁତୁ ହୁତୁ ହେଇ ଜଳି ଯାଇଥିଲା ! ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟ ଯୋଗୁଁ ନିଆଁ ଟିକୁ ଆୟତ କରାଯାଇଥିଲା ! ଘରଥିବା ଆସବାଵପତ୍ର , ପିନ୍ଧାଲୁଗା , ଓ କିଛି ଟଙ୍କା ଆଉ ଖାଦ୍ୟ ସାମଗ୍ରୀ ନିଆଁ ରେ ପୋଡ଼ି ପାଉଶ ହୋଇଯାଇଛି ! ବିଦ୍ୟୁତ ତାର ସ୍ପୀର୍କିଂ ଯୋଗୁଁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ପଟ୍ଟାମୁଣ୍ଡାଇ ରୁ ସୌମ୍ୟକାନ୍ତ ସାହାଣୀ ଙ୍କ ରିପୋର୍ଟ ଶପଥ ନ୍ୟୁଜ୍
Views: 116











