ସୁନ୍ଦରଗଡ : ବସରେ ସୁନ୍ଦରଗଡ଼ରୁ ପୁରୀ ଯାଉଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ବିଳମ୍ବିତ ରାତି ହୋଇଯାଇଥିବାରୁ କିଛି ଯାତ୍ରୀଙ୍କୁ ନିଦ ଲାଗି ଯାଇଥିଲା । କିନ୍ତୁ ହଠାତ ଏମିତି ଧକ୍କା ଲାଗିଲା ଯେ ଯାତ୍ରୀଙ୍କ ନିଦ ଭାଙ୍ଗିଗଲା । ବସ ଭିତରେ ବସିଥିବା କିଛି ଯାତ୍ରୀ ସିଟରୁ ପଡ଼ିଗଲେ । କିଏ ବସ ଭିତରେ ଚାପି ହୋଇଗଲା । ରାସ୍ତାରୁ ଖାଲ ଭିତରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ହୁ କଷ୍ଟରେ ସମସ୍ତ ଯାତ୍ରୀ ବସ୍ ର କାଚ ଭାଙ୍ଗି ବାହାରକୁ ବାହାରିଲେ । କିନ୍ତୁ ବାହାରିବା ସମୟରେ ହିଁ ଜଣେ ମହିଳା ଯାତ୍ରୀଙ୍କୁ ହଠାତ କରେଣ୍ଟ ଲାଗିଲା । ବସଟି ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିପଡ଼ିଥିଲା । ଯାହା ଫଳରେ ଯାତ୍ରୀଙ୍କୁ ଲାଗିଥିଲା ଝଟକା । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ରାଜ୍ୟ ରାଜପଥ ୧୦ ଏ(ଇ) ମୁଚୁରନାଳୀ ଗାଁ ନିକଟରେ ସୁନ୍ଦରଗଡ଼ରୁ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ ପ୍ରାୟ ୧୨.୩୦ମିନିଟ୍ ସମୟରେ ରାସ୍ତାରୁ ଖାଲ ତଳକୁ ଖସିପଡ଼ିଲା । ଯାହା ଫଳରେ ବସରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ୫୫ ଜଣ ଯାତ୍ରୀ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।
ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











