The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Facebook
Twitter
LinkedIn

ସୁନ୍ଦରଗଡ : ବସରେ ସୁନ୍ଦରଗଡ଼ରୁ ପୁରୀ ଯାଉଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ବିଳମ୍ବିତ ରାତି ହୋଇଯାଇଥିବାରୁ କିଛି ଯାତ୍ରୀଙ୍କୁ ନିଦ ଲାଗି ଯାଇଥିଲା । କିନ୍ତୁ ହଠାତ ଏମିତି ଧକ୍କା ଲାଗିଲା ଯେ ଯାତ୍ରୀଙ୍କ ନିଦ ଭାଙ୍ଗିଗଲା । ବସ ଭିତରେ ବସିଥିବା କିଛି ଯାତ୍ରୀ ସିଟରୁ ପଡ଼ିଗଲେ । କିଏ ବସ ଭିତରେ ଚାପି ହୋଇଗଲା । ରାସ୍ତାରୁ ଖାଲ ଭିତରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ହୁ କଷ୍ଟରେ ସମସ୍ତ ଯାତ୍ରୀ ବସ୍ ର କାଚ ଭାଙ୍ଗି ବାହାରକୁ ବାହାରିଲେ । କିନ୍ତୁ ବାହାରିବା ସମୟରେ ହିଁ ଜଣେ ମହିଳା ଯାତ୍ରୀଙ୍କୁ ହଠାତ କରେଣ୍ଟ ଲାଗିଲା । ବସଟି ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିପଡ଼ିଥିଲା । ଯାହା ଫଳରେ ଯାତ୍ରୀଙ୍କୁ ଲାଗିଥିଲା ଝଟକା । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ରାଜ୍ୟ ରାଜପଥ ୧୦ ଏ(ଇ) ମୁଚୁରନାଳୀ ଗାଁ ନିକଟରେ ସୁନ୍ଦରଗଡ଼ରୁ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ ପ୍ରାୟ ୧୨.୩୦ମିନିଟ୍ ସମୟରେ ରାସ୍ତାରୁ ଖାଲ ତଳକୁ ଖସିପଡ଼ିଲା । ଯାହା ଫଳରେ ବସରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ୫୫ ଜଣ ଯାତ୍ରୀ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login