ଗୁଣପୁର : ଆନ୍ଧ୍ର-ଓଡିଶା ସୀମାରେ ୪ଟି ହାତୀଙ୍କ ମୃତଦେହ ଠାବ । ସୀମାନ୍ତ ଆନ୍ଧ୍ର ମାନ୍ୟମ ଜିଲ୍ଲାର କାଟ୍ରାଗୁଡା ଗାଁ ନିକଟ ଜମିରେ ଠାବ । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ପଡିଛି ୪ଟି ହାତୀଙ୍କ ମୃତଦେହ । ବିଦ୍ୟୁତ ଆଘାତରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ । ଆଉ ୨ଟି ହାତୀ ଆହତ ହୋଇଥିବା ସୂଚନା ।
ତେବେ କିପରି ବିଦ୍ୟୁତ୍ ଆଘାତ ଲାଗିଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଓଡ଼ିଶାରୁ ୬ ଟିକିଆ ହାତୀ ପଲ ଆନ୍ଧ୍ର ସୀମା ପାର୍ ହେଉଥିବାବେଳେ ବିଦ୍ୟୁତ୍ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Views: 77